ମୃତଦେହ ରଖି ରାଜପଥ ଅବରୋଧ

ନୀଳଗିରି ୧୨/୦୪: ମୃତଦେହ ରଖି ରାଜ୍ୟପଥ ରାସ୍ତା ଅବରୋଧ କଲେ ଶତାଧିକ ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ ଛକରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଗତ ମାର୍ଚ୍ଚମାସ ୩ ତାରିଖରେ ସହର ମୁଖ୍ୟରାସ୍ତାରେ ଗଛ କାଟୁଥିବା ବେଳେ ଗଛ ଡାଳ ପଡି ବରିସାହିରେ ଗ୍ରାମର ନୀଳକଣ୍ଠ ପୋଇଙ୍କ ଏକମାତ୍ର ପୁଅ ୨୧ ବର୍ଷୀୟ ପୁଅ ହରିହର ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସିତ ହେଉଥିବା ବେଳେ ବନବିଭାଗ କିମ୍ବା ପ୍ରଶାସନିକ ଅଧିକାରୀ କେହି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ନଥିଲେ କିମ୍ବା ସହାୟତା ମଧ୍ୟ କରିନଥିଲେ । ରାସ୍ତା ବ୍ୟାରିକେଡ ନକରି ଏଭଳି ପ୍ରଶାସନର ଖାମ ଖିଆଲି ନୀତି ଓ କ୍ଷତିପୂରଣ ପ୍ରତିବାଦରେ ଶବ ରଖି ଦିଆଯାଇଛି ଧାରଣା । ପରିବାର ସଦଦ୍ୟଙ୍କୁ ଚାକିରୀ ପାଇଁ ମଧ୍ୟ ଦାବି ଉଠିଛି ।

Leave A Reply

Your email address will not be published.