ସନରାଇଜର୍ସକୁ ଟକ୍କର ଦେବ ନାଇଟ୍ ରାଇଡର୍ସ

ମୁମ୍ବାଇ, ୧୫/୦୪: ଆଇପିଏଲ୍‌ର ୨୫ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିବା ପରେ ସନରାଇଜର୍ସର ମନୋବଳ ବୃଦ୍ଧି ପାଇଛି । ଶୁକ୍ରବାର ମ୍ୟାଚ୍‌ରେ ବିଜୟ ଧାରା ଜାରି ରଖିବାକୁ କେନ ୱିଲିୟନସନଙ୍କ ଦଳ ଲକ୍ଷ୍ୟ ରଖିଛି । ପୁଣି ଥରେ ଶୃଙ୍ଖଳିତ ବୋଲିଂକୁ ଆଧାର କରି ସନରାଇଜର୍ସ ବିପର୍ଯ୍ୟୟ ଘଟାଇବ । ଭୁବନେଶ୍ୱର କୁମାର ଫର୍ମ ଫେରି ପାଇବା ଦଳ ପାଇଁ ଶୁଭ ସଂକେତ । ତଥାପି ରାହୁଲ ତ୍ରିପାଠୀ ଓ ୱାସିଂଟନ ସୁନ୍ଦରଙ୍କ ଆହତ ସମସ୍ୟା ଦଳକୁ ପ୍ରଭାବିତ କରିବ ।୪ ଦିନର ବିଶ୍ରାମ ପରେ ନାଇଟ୍‌ ରାଇଡର୍ସ ଗ୍ରାଉଣ୍ଡ୍‌କୁ ଓହ୍ଲାଇବ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପରାଜୟକୁ ଭୁଲି ପୁଣି ଥରେ ଲୟକୁ ଫେରିବ ।ତଥାପି ବ୍ୟାଟିଂ ବିଭାଗକୁ ନେଇ ଦଳର ଚିନ୍ତା ରହିଛି । ଭେଟେରାନ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଆଶା କରାଯାଉଛିୟ। ଦଳର ବୋଲିଂ ବିଭାଗ ବେଶ ସୁଦୃଢ। ବୋଲିଂରେ ବିଭିନ୍ନତା ରହିଥିବାରୁ ନାଇଟ ରାଇଡର୍ସ ସ୍ୱତନ୍ତ୍ର । ମଧ୍ୟ କ୍ରମ ବ୍ୟାଟରମାନେ ସଫଳ ହେଲେ ନାଇଟ ରାଇଡର୍ସ ବିଜୟକୁ ଫେରିପାରିବ।

Leave A Reply

Your email address will not be published.