ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ୱର ୧୫/୦୪: ଗଛରେ ଝୁଲୁଛି ମୃତଦେହ । ଭୁବନେଶ୍ୱର ନାଲକୋ ଛକରେ ଥିବା ଏକ ଗଛରେ ଜଣେ  ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ସୂଚନାନୁସାରେ, ଶୁକ୍ରବାର ସକାଳେ ରାଜଧାନୀର ଜନଗହଳିପୂର୍ଣ୍ଣ ନାଲକୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତଦେହଟି ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।  ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଲେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.