ଦିଲ୍ଲୀରେ ବଢ଼ିଲା କରୋନା ଗ୍ରାଫ୍‌

ନୂଆଦିଲ୍ଲୀ, ଏପ୍ରିଲ ୧୫ : ବିଗତ ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୩୨୫ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦିଲ୍ଲୀରେ କରୋନା ପଜିଟିଭିଟି ଦର ବଢ଼ି ୨.୩୯ ପ୍ରତିଶତ ହୋଇଛି । ମାତ୍ର କିନ୍ତୁ ଖୁସିର କଥା ହେଲା ଯେ ବିଗତ ୨୪ ଘଣ୍ଟାରେ କୌଣସି ବ୍ୟକ୍ତି କରୋନାରେ ପ୍ରାଣ ହରାଇ ନାହାନ୍ତି ।  ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଛି । ବୁଧବାର ଏଠାରେ ୨୯୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେଶରେ କେରାନା ଏବେ ପୁଣି ଥରେ ଚିନ୍ତା ବଢ଼ାଇ ଦେଇଛି । ଓମିକ୍ରନର ସବଭ୍ୟାରିଆଣ୍ଟ କୁହାଯାଉଥିବା ଏକ୍ସଆଇ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । କେତେ ଭୟଙ୍କର ଏହି ସଂକ୍ରମଣ ଯଦିଓ ଜଣାନାହିଁ, ତଥାପି ସରକାର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ଏପର୍ଯ୍ୟନ୍ତ ଦେଶରେ ଏହି ଭାରିଆଣ୍ଟରେ ପୀଡିତ ହୋଇଥିବା ୨ ଜଣ ଲୋକ ଚିହ୍ନଟ ହୋଇସାରିଛନ୍ତି । ଦିଲ୍ଲୀ ସରକାର ସ୍କୁଲ-କଲେଜ ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । କାରଣ ଏନସିଆର ଅଞ୍ଚଳରେ କିଛି ସ୍କୁଲରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । 

Leave A Reply

Your email address will not be published.