ବୈତରଣୀ ନଦୀର ଗେମନ ବ୍ରିଜରୁ ଡେଇଁ ଯୁବତୀ ନିଖୋଜ

ଚାନ୍ଦବାଲୀ : ପୁଣି ଜଣେ ଯୁବତୀ ଚାନ୍ଦବାଲି ଗେମନ ବ୍ରିଜରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧ୍ୟକୁ ୧ଶହ ଫୁଟ ତଳକୁ ଡେଇଁଛନ୍ତି ଯୁବତୀ । ତେବେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି ନଦୀରେ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜୀ ଜାରି ରଖୁଛନ୍ତି । ନଦୀକୁ ଡେଇଁଥିବା ଯୁବତୀ ଜଣକ ରାଜକନିକା ବୁରୁଡ଼ିଆ ଗାଁରେ ଶ୍ରୀମନ ଜେନା ବୋଲି ସୂଚନା ମିଳିଛି । ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.