ଆଜି ଗୁଡ୍‌ ଫ୍ରାଇଡେ

ଭୁନେଶ୍ୱର : ଆଜି ଗୁଡ୍‌ ଫ୍ରାଇଡେ । ପ୍ରଭୁ ଯୀଶୁଙ୍କ ଉପାସନା ପାଇଁ ଚର୍ଚ୍ଚରେ ପ୍ରସ୍ତୁତି । ଆଜି ଭୁନେଶ୍ୱର ଓ କଟକ ସମେତ ବିଭିନ୍ନ କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏକାଠି ହୋଇ ଯୀଶୁଙ୍କୁ ସ୍ମରଣ କରୁଛନ୍ତି । ସକାଳୁ ସଂଧ୍ୟା ଯାଏ ଚାଲିବ କାର୍ଯ୍ୟକ୍ରମ ।ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚର୍ଚ୍ଚ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଦିନରେ ପ୍ରଭୁ ଯୀଶୁ କୃଶବିଦ୍ଧ ହୋଇଥିଲେ । ପୃଥିବୀରୁ ପାପ ନାଶ ପାଇଁ ଯୀଶୁ ବଳିଦାନ ଦେଇଥିଲେ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଗୁଡ ଫ୍ରାଇଡେ ପାଳନ କରାଯାଏ ।

Leave A Reply

Your email address will not be published.