କାଳିଆ ଦର୍ଶନ ହେଲା ଶେଷ ଦର୍ଶନ

ବୌଦ୍ଧ :କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଯାଉଥିବା ବେଳେ ହେଲା ଦୁର୍ଘଟଣା । ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରେ କାଟି ପିଟି ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ରାୟପୁରର ଦୀପକ ଭାଡେର । ସୂଚନା ଅନୁସାରେ, ଛଡିଶଗଡ ରାଇପୁର ନିବାସୀ ଦୀପକ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାୟପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିଲେ । ପୁରୀ ଆସୁଥିବା ସମୟରେ କାରଟି ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଯାଇଥିଲା ।

Leave A Reply

Your email address will not be published.