ଯାତ୍ରା ଦେଖିବାକୁ ଆସିଥିଲେ ୨ ନାବାଳିକା, ସୁଯୋଗ ଦେଖି ଅପରହଣ କରୁଥିଲେ ଦୁର୍ବୃତ୍ତ, ପଡିଗଲେ ହାବୁଡ଼ରେ…

ତେଲକୋଇ ୧୮।୦୪: ଯାତ୍ରା ଦେଖିବାକୁ ଆସିଥିଲେ ଦୁଇ ନାବାଳିକା । ଦୁଷ୍କର୍ମ ଉଦ୍ଦେଶ୍ୟରେ ଅପହରଣ କରି ନେଉଥିବା ବେଳେ ଧରିଲେ ଗ୍ରାମବାସୀ । ଦୁଇ ନାବାଳିକାଙ୍କୁ ଉଦ୍ଧାର ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅନ୍ୟ ତିନି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଖବର  ଅନୁଯାୟୀ, ରବିବାର ଭିମକାଣ୍ଡ ଗାଁରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅପେରା ପରିବେଷଣ ହେଉଥିଲା । ଅପେରା ଦେଖିବାକୁ କୁଇଲିସୂତା ଗାଁର ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ଆସିଥିଲେ। ବିଳମ୍ବିତ ରାତିରେ ପରିସ୍ରା ପାଇଁ ଦୁଇ ନାବାଳିକା ସହ ଜଣେ ପାଞ୍ଚ ବର୍ଷର ବାଳକ ବାହାରକୁ ଆସିଥିଲେ । ଠିକ୍‌ ଏହି ସମୟରେ ଆଗରୁ ଛପି ବସିଥିବା ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଉଠାଇ ନେଇଯାଇଥିଲେ। ସେହି ସମୟରେ ନାବାଳକ ଜଣଙ୍କ ଅପେରା ଦେଖିବାକୁ ଆସିଥିବା ଗାଁର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିଥିଲେ । ଖବର ପାଇ କୁଇଲିସୂତା ଓ ଭିମକାଣ୍ଡ ଗାଁର କିଛି ଯୁବକ ଅଭିଯୁକ୍ତଙ୍କୁ ଘେରିଯାଇ ଦୁଇ ନାବାଳିକାକୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲେ । କିନ୍ତୁ ଅନ୍ୟ ତିନି ଅଭିଯୁକ୍ତ  ରାତିର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଅଭିଯୁକ୍ତକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.