ଭାରତ-ପାକ୍ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଶାହବାଜଙ୍କ ପତ୍ର

ନୂଆାଦିଲ୍ଲୀ ୧୮/୦୪: ଭାରତ-ପାକ୍ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଶାହବାଜଙ୍କ ପତ୍ର। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୁଇ ଦେଶ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ଶାହବାଜ କହିଛନ୍ତି ଯେ କାଶ୍ମୀର ସମେତ ଅନ୍ୟ ସମସ୍ତ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି । ଇସ୍ ଲାମାବାଦ ଏ ଦିଗରେ ସହଯୋଗର ହାତ ବଢ଼ାଇବ ବୋଲି ଶାହଓ୍ବାଜ ଚିଠିରେ ଉଲ୍ଲେଖ କରିଛନ୍ତି। ପାକିସ୍ତାନ ସହ ଭାରତ ଗଠନମୂଳକ ସଂପର୍କ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଶାହବାଜଙ୍କୁ ଦେଇଥିବା ଅଭିନନ୍ଦନ ବାର୍ତ୍ତାରେ କହିଥିବାରୁ ଏହାର ଜବାବରେ ସରିଫ୍ ମୋଦୀଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.