ଚହଲଙ୍କ ଚାଲ୍‌ରେ ଫସିଲେ କୋଲକାତା ବ୍ୟାଟର

ନୂଆଦିଲ୍ଲୀ ୧୯/୦୪:  ରାଜସ୍ଥାନ ରୟାଲ୍ସର ଷ୍ଟାର୍ ଲେଗ ସ୍ପିନର୍ ୟୁଜବେନ୍ଦ୍ର ଚହଲ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାସହ ସେ ମୁକାବିଲାରେ ୫ଟି ଓ୍ୱିକେଟ୍ ନେଇଛନ୍ତି । ସେ ନିଜର ଶେଷ ଓଭରର ୪ ଓ୍ୱିକେଟ୍ ନେବା ସହ କୋଲକାତା ହାତରୁ ବିଜୟ ଛଡାଇ ନେଇଥିଲେ । ମ୍ୟାଚର ୧୭ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଚହଲ । ସେ ଓଭରର ଶେଷ ୩ ବଲରେ ଲଗାତର ଓ୍ୱିକେଟ୍ ହାସଲ କରିଥିଲେ । ଏହା ଆଇପିଏଲ-୨୦୨୨ର ପ୍ରଥମ ହ୍ୟାଟ୍ରିକ୍ ଅଟେ । ଚହଲ ନିଜ ୪ ଓଭର ବୋଲିଂ ସ୍କେଲରେ ୪୦ ରନ୍ ବ୍ୟୟ କରିଥିଲେ । ଏହାସହ ୫ ଓ୍ୱିକେଟ୍ ମଧ୍ୟ ହାସଲ କରିଥିଲେ । ତେବେ ଶେଷ ଓଭରର ପ୍ରଥମ ବଲରେ ସେ ଭେଙ୍କଟେଶ ଆୟାରଙ୍କୁ ଆଉଟ୍ କରିଥିଲେ । କିନ୍ତୁ ଶେଷ ୩ ବଲରେ ଲଗାତର ୩ ଓ୍ୱିକେଚ୍ ଅକ୍ତିଆର କରିଥିଲେ । ସେ ଶ୍ରେୟସ ଆୟର, ଶିବମ ମାବୀ ଓ ରିୟାନ ପରାଗଙ୍ଗୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଚହଲ ପ୍ରଥମ ଥର ପାଇଁ ଆଇପିଏଲରେ ୫ ଓ୍ୱିକେଟ୍ ହାସଲ କରିଛନ୍ତି । ତେବେ ତାଙ୍କ ହ୍ୟାଟ୍ରିକ୍ ଆଇପିଏଲ ଇତିହାସରେ ୨୧ତମ ହ୍ୟାଟ୍ରିକ୍ ଅଟେ । ସେହିପରି ରାଜସ୍ଥାନ ତରଫରୁ ହ୍ୟାଟ୍ରିକ୍ ନେଇଥିବା ପଞ୍ଚମ ବୋଲର ହେଉଛନ୍ତି ଚହଲ । ଏହାପୂର୍ବରୁ ରାଜସ୍ଥାନ ପକ୍ଷରୁ ଅଜିତ ଚାନ୍ଦିଲା, ପ୍ରବୀଣ ତାମ୍ବେ, ସେନ ଓ୍ୱାଟସନ୍ ଓ ଶ୍ରେୟସ ଗୋପାଳ ହ୍ୟାଟ୍ରିକ୍ ନେଇଛନ୍ତି । ସୂଚନାଯୋଗ୍ୟ, ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୨୧୭ ରନ୍ କରିଥିଲା । କୋଲକାତାକୁ ବିଜୟ ପାଇଁ ୨୧୮ ରନ୍ ଦରକାର ଥିଲା । କିନ୍ତୁ କୋଲକାତା ସଙ୍ଘର୍ଷ କରିବା ସହ ୨୧୦ ରନ୍ କରିପାରିଥିଲା ।

Leave A Reply

Your email address will not be published.