ସିମେଣ୍ଟ କାରଖାନାରେ ଅଘଟଣ, ଲୁହା ଖମ୍ବରେ ଚାପି ହୋଇ ଶ୍ରମିକ ମୃତ

ସୁନ୍ଦରଗଡ଼ ୧୯।୦୪: ସୁନ୍ଦରଗଡ଼ ଜିନ୍ଦଲ ସିମେଣ୍ଟ କାରଖାନାରେ ଅଘଟଣ । ଲୁହା ଖମ୍ଭରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସର ତଦନ୍ତ ଆରମ୍ଭ ଖବର ଅନୁଯାୟୀ, ସୁନ୍ଦରଗଡ଼ କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି । ଏକ ଟ୍ରେଲର ରୁ ବଡ଼ ବଡ଼ ଲୁହା ଖମ୍ଭ ହାଇଡ୍ରା ଯୋଗେ ଓହ୍ଲାଇବା ସମୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ମୃତ ଶ୍ରମିକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅସାବଧାନତା ଯୋଗୁ ଏକ ଲୁହା ଖମ୍ଭ ଖସି ପଡି କାର୍ଯ୍ୟରତ ଶ୍ରମିକ ଉପରରେ ପଡି ଯିବାରୁ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.