୫ ଦିନ ଯାଏଁ କମିବନି ତାତି

ଭୁବନେଶ୍ୱର,୧୯/୦୪: ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା । ଦିନ ୧୦ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି । ପାଣିପାଗ ବିଭାଗର ଆକଳନ ଯାହା, କେତେକ ସ୍ଥାନରେ ହେବଏବେ କାଳବୈଶାଖୀ । କିନ୍ତୁ, ଆସନ୍ତା ୪-୫ ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଅର୍ଥାତ୍‌ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ । ଭୀଷଣ ଗରମ ଯୋଗୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏଭଳି ଅସ୍ୱସ୍ତିକର ପାଣିପାଗ ଭିତରେ ସାମାନ୍ୟ ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଖାଇଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ । ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇଦିନ ତାତିରୁ ଟିକିଏ ବି ତ୍ରାହି ମିଳିବନି । ହେଲେ ୨୧ରୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବ । ୨୧ ଅପରାହ୍ନ କିମ୍ବା ରାତିରେ କାଳବୈଶାଖୀ ବର୍ଷା ହେବ । ୨୨ରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । ୨୧ରେ ଉପକୂଳ ଓଡ଼ିଶାରେ ତାତି କମିବ । ୨୨ରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ଖସିବା ସମ୍ଭାବନା ରହିଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିପାରେ । ହେଲେ ଆଶ୍ୱସ୍ତି ସାମୟିକ ହେବ ।

Leave A Reply

Your email address will not be published.