ଅକ୍ଟୋବର ପହିଲାରୁ କାରରେ ରହିବ ୬ ଏୟାର ବ୍ୟାଗ୍

ନୂଆଦିଲ୍ଲୀ ୧୯/୦୪:  ଅକ୍ଟୋବର ପହିଲାରୁ ଗାଡ଼ିରେ ଏୟାର ବ୍ୟାଗ୍ ବାଧ୍ୟତାମୂଳକ ହେବ । ଏଭଳି ନିୟମ କରିଛି କେନ୍ଦ୍ର ସଡ଼କ ପରିବହନ ବିଭାଗ । ଭାରତରେ ବିକ୍ରି ହେଉଥିବା ସମସ୍ତ ନୂଆ କାରରେ ଏୟାରବ୍ୟାଗ୍ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ଜଣ ଯାତ୍ରୀ ଯାଇପାରୁଥିବା ଗାଡ଼ିରେ ଅତିକମରେ ୬ଟି ଏୟାର ବ୍ୟାଗ୍ ରଖିବା ଅନିର୍ବାଯ୍ୟ । ଭାରତରେ ପ୍ରତିବର୍ଷ ୫ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି । ଯେଉଁଥିରେ ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ଏମ୍ ଓ୍ବାନ୍ ସିରିଜ୍ ଗାଡ଼ିରେ ଦୁଇଟି ଫ୍ରଣ୍ଟ ସାଇଡ୍ ଏୟାର ବ୍ୟାଗ୍ ଓ ଦୁଇଟି କର୍ଡ଼େନ୍ ଏୟାରବ୍ୟାଗ୍ ଲାଗିବ । ତେବେ ଏୟାରବ୍ୟାଗ୍ ଲାଗିଥିବା ଗାଡ଼ିର ଦାମ୍ ମଧ୍ୟ ବଢ଼ିବ। ସୂଚନାଯୋଗ୍ୟ, ଭାରତରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ଏଥିରେ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଥିଲେ । ଅନେକ ବ୍ୟକ୍ତି କାରରେ ସିଟ୍ ବେଲ୍ଟ ନଲାଇବା, ଏୟାର ବ୍ୟାଗ୍ ନଥିବାରୁ ପ୍ରାଣ ହରାଉଥିବା ମଧ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.