ଚୀନ୍‌ ରାସ୍ତା କଡରେ ପଡିଛି ବିଲେଇ ଓ କୁକୁର ଭର୍ତ୍ତି ବ୍ୟାଗ୍

ବେଜିଂ ୨୦।୪: ଚୀନ୍ ବର୍ତ୍ତମାନ କରୋନା ଭାଇରସ୍ ସହ ସଂଘର୍ଷ କରୁଛି । ଚୀନ୍‌ରେ ସବୁଠୁ କଡା ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ଏମିତି କିଛି ଭୟାବହ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଳିଆ ବ୍ୟାଗ୍‌ରେ ଭର୍ତ୍ତି କରି କୁକୁର ଏବଂ ବିଲେଇଗୁଡିକୁ ଫୋପାଡି ଦିଆଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ୟାଗ୍ ଭର୍ତ୍ତି ହୋଇ କୁକୁର ଏବଂ ବିଲେଇ ରାସ୍ତା କଡରେ ପଡିଛନ୍ତି । ବିଲେଇଗୁଡିକ ଜୀବନ ବିକଳରେ ହଲଚଲ ହେବାକୁ ଚେଷ୍ଟା କରୁଛନ୍ତି । ଟ୍ବିଟରରେ ସେୟାର କରାଯାଇଥିବା ଏହି ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି ଯେ, “ସାଂଘାଇରେ ୨.୬ କୋଟି ଲୋକ ଲକ୍‌ଡାଉନ୍‌ରେ ରହିଛନ୍ତି । ଲୋକମାନେ ଘରର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରୁଛନ୍ତି ।ସାଂଘାଇରେ କରୋନା ପଜିଟିଭ୍ ହୋଇଥିବା ବ୍ୟକ୍ତିଙ୍କର ଗୃହପାଳିତ ପଶୁଗୁଡିକୁ ଏକତ୍ରିତ କରି ସେମାନଙ୍କୁ ମାରି ଦିଆଯାଉଛି । ଏହାଠାରୁ ଖରାପ କିଛି ହୋଇନପାରେ ।”ଗତ ସପ୍ତାହରେ ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଏକ ଗୃହପାଳିତ କୁକୁରକୁ ଜଣେ ସ୍ବାସ୍ଥ୍ୟକର୍ମୀ ସେପର୍ଯ୍ୟନ୍ତ ପିଟୁଥିଲା ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନହୋଇଛି । ଏହି କୁକୁରର ମାଲିକ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.