ଅବକାରୀ ବିଭାଗର ଅତର୍କିତ ଚଢାଉ, ୧୫ କ୍ୱିଣ୍ଟାଲ୍‌ ମହୁଲ ଜବତ

ଫୁଲବାଣୀ ୨୦।୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଅବକାରୀ ବିଭାଗର ଅତର୍କିତ ଚଢାଉ । ୧୫ କ୍ୱିଣ୍ଟାଲ୍‌ରୁ ଅଧିକ ମହୁଲ ଜବତ ହୋଇଛି । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଖବର ଅନୁଯାୟୀ, ବାଲିଗୁଡ଼ା ଥାନା ମହାସିଙ୍ଗ ଗାଁରେ ସନ୍ତୋଷ ପାଣିଗ୍ରାହୀ ମହୁଲ କାରବାର କରୁଥିବା ନେଇ ସୂଚନା ମିଳିଥିଲା । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କ୍ରମେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ସନ୍ତୋଷ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ୧୫ କ୍ୱିଣ୍ଟାଲ୍‌ରୁ ଅଧିକ ମହୁଲ ଜବତ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଚ ଚାଲାଣ କରାଯାଇଛି ।

Leave A Reply

Your email address will not be published.