ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ ପୀଠରେ ଝାମୁରେ ଚାଲିଲେ ପୂରଣ ହୁଏ ମାନସିକ

ଯାଜପୁର ଟାଉନ୍‌ : ଦୀର୍ଘ ୪୦ବର୍ଷର ପରମ୍ପରା। ଏଠି ବିଶ୍ୱାଶ ରହିଛି ଯେ ଏହି ପୀଠରେ ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ । ଆମେ କହୁଛୁ ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ କଥା । ଯାଜପୁର ବ୍ଲକ ଉପର ବରୁହାଁ ପଞ୍ଚାୟତ କେତକୀଆ ଆଦ୍ୟଶକ୍ତି ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ ପୀଠ। ଯେଉଁଠି ଅନୁଷ୍ଠିତ ହୋଇଯାଇଛି ଝାମୁ ଯାତ୍ରା । ଏହି ଝାମୁ ଯାତ୍ରା ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ପାଳନ କରାଯାଉଛି । ୧୯୮୧ ମସିହାରେ ହରେକୃଷ୍ଣ ସିଂହଦେ ଏଠାରେ ଝାମୁ ଯାତ୍ରା ଆରମ୍ଭ କରିଥିଲେ । ଏହି ଝାମୁଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଖାଲି ସେତିକି ନୁହେଁ ରୋଗ ବୈରାଗରୁ ମୁକ୍ତି ପାଇଁ ମଧ୍ୟ ପଣା ପିଇକି ଯାଆନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.