ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର: ସାମାନ୍ୟ ବଚସାକୁ କେନ୍ଦ୍ରକରି , ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ । ଉଭୟ ପରିବାରର ୫ ରୁ ଉର୍ଦ୍ଧ୍ବ ଗୁରୁତର ଆହତ । ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ , ଗୋଲିଆ ଗାଁ ନିକଟ ଲେମ୍ବୁ ବଗିଚା ନିକଟରେ ଥିବା ଦୁଇ ପରିବାର ମଧ୍ୟରେ ଏଭଳି ଗଣ୍ଡଗୋଳ ଘଟିଛି । ବୁଗୁଡ଼ା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏଭଳି ଗଣ୍ଡଗୋଳ ନଜରକୁ ଆସିବା ପରେ , ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଗଣ୍ଡଗୋଳରେ ସଂପୃକ୍ତ ଉଭୟ ପକ୍ଷର ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

Leave A Reply

Your email address will not be published.