ବାରମୂଲାରେ ଆତଙ୍କବାଦୀଙ୍କ ଗୁଳିରେ ୩ ଯବାନ ଆହତ

ଶ୍ରୀନଗର ୨୧।୪: ଜମ୍ମୁକଶ୍ମୀର ବାରମୂଲା ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ବେଳେ ୩ଜଣ ଯବାନ ଆହତ ହୋଇଛନ୍ତି । ଜଣେ ସ୍ଥାନୀୟ ଲୋକ ମଧ୍ୟ ଗୁଳିବିନିମୟରେ ଆହତ ହୋଇଥିବା ଜଣାପଡିଛି । ପୋଲିସ କହିଛି ଯେ, ବାରମୂଲା ମାଲଭାନ ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଇଥିଲା । ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ଯେମିତି ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ସନ୍ଦିଗ୍ଧ ସ୍ଥାନକୁ ଘେରାବନ୍ଦୀ କରିଛି ସେମିତି ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । କାଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାର କହିଛନ୍ତି ଯେ, ଗୁଳିବିନିମୟ ବେଳେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.