ଖେଳ ଛାଡ଼ି ଫିଲ୍ମ ପଛରେ ଦର୍ଶକ

ଭୁବନେଶ୍ବର: ଭାରତୀୟ ସିନେମାକୁ ଗତ କିଛି ମାସ ହେବ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏମିତିକି ଖାସ କରି ଲକ୍ ଡାଉନ୍ ଶେଷ ହେବା ପରେ ପରେ ଯେକୌଣସି ଫିଲ୍ମ ରିଲିଜ୍ ହେଉଛି ବକ୍ସ ଅଫିସରେ ଧମାଲ୍ କରୁଛି। ପୁଣି ଏବେ ଏପ୍ରିଲ ଏବଂ ମେ ମାସରେ କିଛି ବଡ ଫିଲ୍ମ ବ୍ଲକବଷ୍ଟର ହୋଇଛି। କୁହାଯାଏ ଯେ ଚଳଚ୍ଚିତ୍ର ଏବଂ କ୍ରିକେଟ୍ ହେଉଛି ଭାରତର ଦୁଇଟି ପ୍ରାଥମିକ ଏବଂ ବଡ଼ ମନୋରଞ୍ଜନ ଉତ୍ସ। ୨୦୦୮ ମସିହାରେ ଆପଣ ଦେଖିଥିବେ ଏହି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଟିମକୁ କିଣିଛନ୍ତି ବଲିଉଡ୍ ସୁପର ଷ୍ଟାର ଶାହରୁଖ ଖାନ, ଜୁହି ଚାୱଲା, ପ୍ରୀତି ଜିଣ୍ଟା, ଶିଳ୍ପା ଶେଟ୍ଟୀ ଏବଂ ବଲିଉଡର ଅନେକ ବଡ ନାମ ଯୋଡି ହୋଇଛି ଏହି କ୍ରିକେଟ୍ ଦଳ ସହ। ଏହି ବଲିଉଡ୍ କଳାକାରମାନେ ଟିମ୍ ମଧ୍ୟ କିଣି ଛନ୍ତି। ଆଇପିଏଲ୍ ଆରମ୍ଭ ହେଉ ହେଉ ହିଁ ଖେଳ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ରୁହନ୍ତି । ପୁଣି ଏହି ଉତ୍ସାହ ଅଧିକ ଦେଖିବାକୁ ମିଳିଲା ଏହି ଖେଳ ଟିମରେ ବଲିଉଡ୍ ଷ୍ଟାର ସାମିଲ ହେବା ପରେ ।ଭାରତରେ ଦୁଇଟି ଜିନିଷ, IPL ଓ ବଲିଉଡ଼କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ବଲିଉଡ଼ କଳାକାରଙ୍କ ପାଇଁ ଯେତେ ମାତ୍ରାରେ ଦର୍ଶକ ପାଗଳ ଠିକ୍ କ୍ରିକେଟ ତାରକାଙ୍କ ପାଇଁ ମଧ୍ୟ ସେତିକି। କିନ୍ତୁ କିଛି ଦିନ ହେବ ଆଇପିଏଲ୍ ଚାଲୁଥିବା ସତ୍ତ୍ଵେ ବି ରିଲିଜ୍ ହୋଇଥିବା ବଡ଼ ବଜେଟ୍ ଫିଲ୍ମ ବକ୍ସ ଅଫିସ କଲେକ୍ସନ ଉପରେ କୌଣସି ପ୍ରଭାବ ପକାଇନାହିଁ ଏହି କ୍ରିକେଟ୍ ଇଭେଣ୍ଟ। ଆଇପିଏଲ୍ କାରଣରୁ ସେମାନଙ୍କ ଚଳଚ୍ଚିତ୍ର ଉପରେ ମଧ୍ୟ କୌଣସି ପ୍ରଭାବ ପଡିନି। ଆଇପିଏଲ ପାଇଁ ନିର୍ମାତାମାନଙ୍କ ଦ୍ଵାରା ଫିଲ୍ମ ସବୁ ଏପ୍ରିଲ୍-ମେ ରିଲିଜ୍ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଅଧିକ ଡେରି ହେବା କଥା ଚିନ୍ତା କରି ନିର୍ମାତାମାନେ ଫିଲ୍ମ ରିଲିଜ କରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏହାକୁ କିଛି ମାତ୍ରାରେ ପ୍ରଭାବିତ କରିବ ବୋଲି ସେ ସେମାନେ ଭାବିଥିଲେ। କିନ୍ତୁ ସେପରି କିଛି ଘଟିନି। ଦର୍ଶକ ଖେଳ ଠାରୁ ଅଧିକ ଫିଲ୍ମ ଦେଖିବାକୁ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ର ପ୍ରେମୀ ଅଧିକ ବଢିଛନ୍ତି। କହିବାକୁ ଗଲେ ଆଇପିଏଲ ପାଇଁ ଦର୍ଶକଙ୍କ ମନରେ ଧିରେ ଧିରେ ଉତ୍ସାହ କମି କମି ଯାଉଥିବା ଦେଖାଯାଉଛି। ବାସ୍ତବରେ, ନିକଟରେ ଭାରତୀୟ ସିନେମା ଆଇପିଏଲ୍ ମାସ ଅର୍ଥାତ ଅପ୍ରେଲ ଓ ମେ ମଧ୍ୟରେ ଏହାର କିଛି ବଡ ବ୍ଲକବଷ୍ଟର ଫିଲ୍ମ ରିଲିଜ୍ କରିଥିଲା। ଘରୋଇ ବଜାରରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ଅଭିନୀତ ଫିଲ୍ମ ବାହୁବଲୀ ୨ ଏପ୍ରିଲ ୨୮ ରେ ମୁକ୍ତିଲାଭ କରିଥିଲା। ଅନ୍ୟପକ୍ଷରେ, ଆଇପିଏଲ ପର୍ଯ୍ୟାୟରେ ଦୁଇଟି ପ୍ୟାନ ଇଣ୍ଡିଆ ବ୍ଲକବଷ୍ଟର, KGF 2 ଏବଂ RRR ରେକର୍ଡ ଭାଙ୍ଗି ଦେଇଛି। ବର୍ଷ ଆରମ୍ଭରୁ ଜୁନିଅର୍ ଏନ୍ ଟି ଆର୍ ଏବଂ ରାମ ଚରଣ ଓ ଏସ୍ ରାଜା ମୌଲିଙ୍କ ମ୍ୟାଗ୍ନୁମ ଫିଲ୍ମ ଗ୍ଲୋବାଲ୍ ବକ୍ସ ଅଫିସରେ ୧୧୦୦ କୋଟି ମାର୍କ ଅତିକ୍ରମ କରିଥିବାବେଳେ ୟଶ ଷ୍ଟାରର ଫିଲ୍ମ KGF ୨ ବିଶ୍ଵ ସ୍ତରୀୟ ବଜାରରେ କେବଳ ୫ ଦିନ ମଧ୍ୟରେ ୬୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ତେବେ ଏହା ଭାରତୀୟ ଫିଲ୍ମ ଜଗତ ପାଇଁ ଏକ ନୂତନ ଇତିହାସ ସୃଷ୍ଟି କରିଛି କହିଲେ ଭୁଲ୍ ହେବା ନାହିଁ। ସବୁଠୁ ବଡ କଥା ହେଲା ଆଇପିଏଲରେ ହେଉଥିବା ମ୍ୟାଚ ଫିକ୍ସିଙ୍ଗ ଓ ଖେଳାଳୀଙ୍କ ମଧ୍ୟରେ ମତାନ୍ତର ଦେଖା ଯାଉଛି ଯାହା ପାଇଁ ଖେଳ ପ୍ରେମୀ ଦିନକୁ ଦିନ କମିବାକୁ ଲାଗିଛନ୍ତି । ଖାସ ସେଥି ପାଇଁ  ଆଇପିଏଲ ସମୟରେ ରିଲିଜ ହୋଇଥିବା ଫିଲ୍ମ ବକ୍ସ କଲେକ୍ସନ ଉପରେ କୌଣସି ପପ୍ରଭାବ ପକାଇ ନାହିଁ।

Leave A Reply

Your email address will not be published.