ପୁଟିନଙ୍କ ଟାର୍ଗେଟ୍ ମେ ୯

ନୂଆଦିଲ୍ଲୀ ୨୧/୦୪: ପୁଟିନ ଏବେ ଚିନ୍ତାରେ । ମେ ୯ତାରିଖ ସୁଦ୍ଧା କେମିତି ଯୁଦ୍ଧ ଜିତିବେ ସେନେଇ ରହିଛି ଟାର୍ଗେଟ୍ । ମସ୍କୋର ରେଡ୍ ସ୍କୋୟାରରେ ଭିକ୍ଟ୍ରି ଡେ’ ପରେଡ୍ ଆଗରୁ ୟୁକ୍ରେନ୍ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି ପୁଟିନ । ସେଥିପାଇଁ ହମଲା ଆହୁରି ଜୋରଦାର କରି ଦେଇଛି ରୁଷ ସେନା । ସେପଟେ କିଭ୍ ଦଖଲ ନେଇ ପ୍ଲାନ୍ -ଏ ଫେଲ୍ ହୋଇଥିବା ବେଳେ, ପୂର୍ବ ୟୁକ୍ରେନ୍ ଦଖଲ କରିବା ପାଇଁ ପ୍ଲାନ୍- ବି କରିଛନ୍ତି ପୁଟିନ୍ ।. ମେ ୯ତାରିଖ ଡେଡଲାଇନ୍ । ଏହି ତାରିଖ ସୁଦ୍ଧା ଯୁଦ୍ଧରେ ବିଜୟୀ ଘୋଷଣା କରିବାକୁ କଳ ବଳ କୌଶଳ ଖଟାଇ ଦେଇଛନ୍ତି ପୁଟିନ୍ । ସବୁଠୁ ବିଶ୍ବସ୍ତ ଜେନେରାଲଙ୍କ ହାତରେ ପୁଟିନ୍ ଦେଇଛନ୍ତି ୟୁକ୍ରେନ୍ ଯୁଦ୍ଧର ଭାର । ଯୁଦ୍ଧକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବା ଲକ୍ଷ୍ୟରେ ରୁଷ ସେନା । ୟୁକ୍ରେନ୍ର ପ୍ରାୟ ୩ଶହ ସେନା ଆଡ୍ଡା ଉପରେ ଏକ ସମୟରେ ଗୁଳିଗୋଳା ମାଡ଼ କରିବା ଏହି ସଙ୍କେତ ଦେଇ ସାରିଛି ରୁଷ । ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ ଆରମ୍ଭ ହୋଇ ଯାଇଥିବା ଜେଲେନସ୍କି କହିଛନ୍ତି । ତୁରନ୍ତ ଆତ୍ମସମର୍ପଣ କରିବାକୁ ୟୁକ୍ରେନ୍ ସେନାକୁ ଅଲଟିମେଟମ୍ ଦେଇଛି ପୁଟିନ୍ ସେନା ।

Leave A Reply

Your email address will not be published.