CISF ଯବାନଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ : ଜଣେ ଯବାନ ସହିଦ

ଶ୍ରୀନଗର ୨୨।୪: ଜମ୍ମୁ ଅଞ୍ଚଳରେ ଥିବା ଚଢା କ୍ୟାମ୍ପ୍‌ରେ ଶୁକ୍ରବାର ସକାଳେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ଏକ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି । ସିଆଇଏସଏଫ ଅଧିକାରୀଙ୍କ ସୂଚନା ଅନୁସାରେ ବସ୍‌ରେ ୧୫ ଜଣ ଯବାନ ଥିଲେ । ସେମାନେ ଡ୍ୟୁଟିରେ ଯାଉଥିଲେ । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଜମ୍ମୁ ଚଢା କ୍ୟାମ୍ପ୍ ନିକଟରେ ଶୁକ୍ରାବର ଭୋର ସାଢେ ୪ଟା ବେଳେ ବସ୍‌ରେ ୧୫ ଜଣ ଯବାନ ସକାଳ ଡ୍ୟୁଟି ପାଇଁ ଯାଉଥିଲେ । ସେହି ସମୟରେ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସିଆଇଏସେଫ ଯବାନ ଆକ୍ରମଣକୁ ଭଣ୍ଡୁର କରିଦେଇଥିଲେ । ସିଆଇଏସଏଫ ଯବାନଙ୍କ ପ୍ରତି ଆକ୍ରମଣରେ ଆତଙ୍କବାଦୀମାନେ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସିଆଇଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେପଟେ ଜମ୍ମୁକଶ୍ମୀର ପୋଲିସ କହିଛି ଯେ, ଘାଟିରେ ଚାଲିଥିବା ଅପରେସନ୍‌ରେ ମୋଟ୍ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ବ୍ୟତୀତ ଜମ୍ମୁ ବାଠିଣ୍ଡି ଅଞ୍ଚଳରେ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି ।

Leave A Reply

Your email address will not be published.