ନରସଂହାରର ନାୟୀକା, ନେଇଛନ୍ତି ଶହ ଶହ ଜୀବନ

ନୂଆଦିଲ୍ଲୀ ୨୨/୦୪ :ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ।  ଋଷ୍‌ ସେନା ଜାରି ରଖିଛି ଆକ୍ରମଣ । ୟୁକ୍ରେନ୍‌ ପଛକୁ ହଟିବାକୁ ନାରାଜ। ସେପଟେ ରକ୍ତର ହୋଲି ଖେଳୁଛନ୍ତି ଦୁଇଦେଶ ଋଷିଆ ଏବଂ ୟୁକ୍ରେନ୍‌। ଏହି ଯୁଦ୍ଧରେ ସାମିଲ୍‌ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର। ଯିଏକି ଯୁଦ୍ଧ ସମୟରେ ଅନେକ ୟୁକ୍ରେନୀୟଙ୍କୁ କରିଛନ୍ତି ହତ୍ୟା।   ରିପୋର୍ଟ ଅନୁସାରେ, ୟୁକ୍ରେନ ସେନା ଜଣେ ଋଷ ମହିଳା ସ୍ନାଇପରଙ୍କୁ କରିଛନ୍ତି ଗିରଫ। ସେ ଦୁର୍ଦ୍ଦଶ ଓ ଭୟଙ୍କର ସ୍ନାଇପର୍‌। ଶତ୍ରୁ ପକ୍ଷକୁ ଚେକ୍‌ ଦେବାରେ ପାରଙ୍ଗମ।    ସେ ୪୦ ଜଣଙ୍କୁ  କରିଛନ୍ତି ହତ୍ୟା।  ଏହି ମହିଳା ସ୍ନାଇପରଙ୍କ ନାଁ ଇରିନା ଷ୍ଟାରିକୋଭା। ତାଙ୍କ ଫଟୋ ମଧ୍ୟ ସେଆର୍‌ କରାଯାଇଛି।  ରୁଷ ପକ୍ଷରୁ ଯୁଦ୍ଧ କରୁଥିବା ଇରିନା ସର୍ବିଆର ବାସିନ୍ଦା। ୨୦୧୪ରୁ ୟୁକ୍ରେନ ଟାର୍ଗଟରେ ଇରିନା। ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ସହ କାମ କରୁଥିଲେ ଇରିନା। ଋଷ ସେନାରେ ଖାଲି ଇରିନା ନୁହଁନ୍ତି ଅଛନ୍ତି ଏମିତି ଅନେକ ସ୍ନାଇପର୍‌। ଆଜି ଆମେ ଆପଣଙ୍କୁ ସେମିତି ଜଣେ ମହିଳା ସ୍ନାଇପରଙ୍କ ବିଷୟରେ କହିବୁ। ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଇରିନା ୪୦ଙ୍କୁ ହତ୍ୟା କରିଥିବା ବେଳେ ସେ ୩୦୯ ଜଣଙ୍କୁ କରିଛନ୍ତି ହତ୍ୟା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଧ୍ୱଂସଲୀଳା ରଚିଥିବା ଏହି ଋଷ୍ ମହିଳା ସ୍ନାଇପରଙ୍କ ନାଁ ଲ୍ୟୁଡମିଲା ପାଭଲିଚେଙ୍କୋ । ନିଶାନା ଲଗାଇବାରେ ସେ ପୂରାପକ୍କା। ତାଙ୍କ ସାମ୍ନାରୁ ଶତ୍ରୁ ଖସିଯିବା ଖୁବ୍‌ କଷ୍ଟକର। ସେଥିପାଇଁତ ଲ୍ୟୁଡମିଲାଙ୍କୁ କୁହାଯାଏ ଲେଡି ଡେଥ୍ । ଲ୍ୟୁଡମିଲା ପାଭଲିଚେଙ୍କୋ ଅଧିକାଂଶ ନାଜି ସମର୍ଥକଙ୍କୁ କରିଥିଲେ ହତ୍ୟା। ମୋଟ୍‌ ୩୦୯ଜଣ ଲୋକଙ୍କୁ ମାରି ଥିଲେ ଚର୍ଚ୍ଚାରେ। ଯେଉଁଥିପାଇଁ ଆଜି ବି ସେ ବେଶ୍‌ ଜଣାଶୁଣା। 

Leave A Reply

Your email address will not be published.