ସାମନ୍ଥା ଏବଂ ନାଗା ଚୈତନ୍ୟ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ ୨୩।୦୪: ‘ପୁଷ୍ପା’ ଫେମ୍‌ ସାଉଥ୍‌ର ସୁପରଷ୍ଟାର ସାମନ୍ଥା ଅନ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁମାନେ ବ୍ୟକ୍ତିଗତ ଜୀବନ ତଥା ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ଦିନଠାରୁ, ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ ଆଲୋଚନା ହୋଇଥିଲା । ଏବେ ପୁଣି ଥରେ ସମାନ ଘଟଣା ଦେଖିବାକୁ ମିଳିଛି । ବାସ୍ତବରେ ସାମନ୍ତ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏଭଳି କିଛି ଟ୍ବିଟ୍‌ କରିଛନ୍ତି, ଯାହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଛି । ନିଜ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୋର ନୀରବତାକୁ ଅଣଦେଖା କରନ୍ତୁ ନାହିଁ । ମୋର ଶାନ୍ତ ପ୍ରକୃତିକୁ ମୋର ଅନୁମୋଦନ ଭାବରେ ଭାବନ୍ତୁ ନାହିଁ । ମୋର ଶାନ୍ତ ସ୍ବଭାବକୁ ମୋର ଦୁର୍ବଳତା ଭାବନ୍ତୁ ନାହିଁ । କେବଳ ଏତିକି ନୁହେଁ, ଏହା ପରେ ସେ ଆଉ ଏକ ଟୁଇଟ୍ କରିଥିଲେ, ଯେଉଁଥିରେ ସେ ଲେଖିଛନ୍ତି, ‘ବିନମ୍ରତାର ଏକ ଏକ୍ସପାରି ଡେଟ୍‌ ମଧ୍ୟ ହୋଇପାରେ । ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ୍ ତାଙ୍କ ପ୍ରଶଂସକଙ୍କ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.