ଯୁବକଙ୍କୁ ପିଟିପିଟି ହତ୍ୟା

ଛତ୍ରପୁର, ୨୩।୦୪ : ଯୁବକଙ୍କୁ ପିଟିପିଟି ହତ୍ୟା । କାରଣ ଅସ୍ପଷ୍ଟ । ଏପରି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା  ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମରେ  । ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମରେ  ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ପରିଡା । ତେବେ ହତ୍ୟାର କାରଣ ଜଣା ପଡି ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣା ବାବଦରେ ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.