ନଦୀରେ ବୁଡ଼ି ଯୁବକ ନିଖୋଜ

ଖଲ୍ଲିକୋଟ ୨୬/୦୪: ଗଞ୍ଜାମ ଖଲ୍ଲିକୋଟ ଛତ୍ରପୁର ଥାନା ଗଙ୍ଗାପୁରରେ ଅଘଟଣ । ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇଵାକୁ ଯାଇ ଛତିଶିଗଡର ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ବର୍ମା । ଅଗ୍ନିଶମ ବିଭାଗ ପକ୍ଷରୁ ଆଶିଷଙ୍କୁ ଖୋଜାଖୋଜି ଜାରି ରହିଛି । ଆଶିଷଙ୍କ ଜଣେ ସମ୍ପକୀୟ ଭୋଜିକୁ ଆସିଥିବା ବେଳେ ଆଜି ସକାଳୁ ସେ ନଦୀକୁ ଗାଧୋଇଵାକୁ ଯାଇଥିଲେ । ଗାଧୋଇଵା ସମୟରେ କୌଣସି ଅସବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ । ସଂଗେ ସଂଗେ ଏନେଇ ଖବର ଜଣାପଡିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଛି.

Leave A Reply

Your email address will not be published.