ଆଖି ବୁଜିଲା ହିମାଳୟନ ଭାଲୁ ଆକାଶ

ବାରଙ୍ଗ ୨୬/୦୪: ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ନନ୍ଦନକାନନ ଖୁଆଡ ନଂ ୧୬ରେ ରହୁଥିବା ଅଣ୍ଡିରା ଭାଲୁ ଆକାଶର ଆଜି ସକାଳେ ମୃତ୍ୟୁ ହୋଇଛି । ଆକାଶ ଗତ ଏକ ସପ୍ତାହ ହେଲା ନିମୋନିଆ ରୋଗରେ ପଡି ଅସୁସ୍ଥ ଥିଲା । ଖୁଆଡ ଭିତରୁ କାଢି ଆଣି ଭେଟେନାରୀ ବିଭାଗର ଆଇପି ଓ୍ୱାର୍ଡରେ ରଖି ଆକାଶର ଚିକିତ୍ସା କରାଯାଉଥିଲା । ପ୍ରାୟ ଏକ ସପ୍ତାହ ହେଲା ସେ କେବଳ ଆଖୁ ରସ ଖାଇ ବଂଚି ରହିଥିଲା ଆକାଶ । ଅଧିକ ଗୁରୁତର ହେବାରୁ ଗତ ୧୯ ତାରିଖରେ ଓୟୁଏଟି ର ବିଶେଷଜ୍ଞ ଇନ୍ଦ୍ରମଣୀ ନାଥ ଙ୍କ ନେତୃତ୍ବରେ ଏକ ଟିମ ନନ୍ଦନକାନନ ଆସି ଆକାଶର ଚିକିତ୍ସା କରୁଥିଲେ । ହେଲେ ଏବେ ସବୁ ଚେଷ୍ଟା ବିଫଳ ହୋଇଛି । ଆଖି ବୁଜିଛି ଭାଲୁ ।

Leave A Reply

Your email address will not be published.