ଚେନ୍ନାଇକୁ ଜିତାଇ ପାରିଲେନି ଧୋନୀ

ନୂଆଦିଲ୍ଲୀ ୨୬/୦୪:    ଆଇପିଏଲର ୩୮ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ମୁକାବିଲାକୁ ପଞ୍ଜାବ ୧୧ ରନରେ ଜିତି ନେଇଛି । ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଚେନ୍ନାଇ ୮ଟି ମ୍ୟାଚରୁ ୬ଟିରେ ପରାସ୍ତ ହୋଇଛି । ଏହାସହ ଦଳର ପ୍ଲେ ଅଫ ଯାତ୍ରା କଷ୍ଟକର ହୋଇଯାଇଛି । ତେବେ ମ୍ୟାଚର ପରିଣାମ ଶେଷ ଓଭର ଯାଏଁ ଯାଇଥିଲା । ଯାହା ରୋମାଞ୍ଚ୍ ଭରି ଦେଇଥିଲା । ଶେଷ ଓଭର ଯାଏଁ ମ୍ୟାଚ୍ ଚେନ୍ନାଇ ହାତରେ ଥିଲା  । ଦଳକୁ ଶେଷ ଓଭରରେ ଦରକାର ଥିଲା ୨୭ ରନ୍ । ପଞ୍ଜାବ ବୋଲର ଋଷି ଧାଓ୍ୱନ ବୋଲିଂ ପାଇଁ ଆସିଥିଲେ । ପ୍ରଥମ ବଲରେ ହିଁ ଦମଦାର ଛକା ଲଗାଇଥିଲେ ମହେନ୍ଦ୍ର ସିଂ ଧୋନୀ । ଏହାପରେ ଦ୍ୱିତୀୟ ବଲ ଓ୍ୱାଇଡ୍ ହୋଇଥିଲା । ଏବେ ୫ ବଲରେ ଚେନ୍ନାଇକୁ ୨୦ ରନ୍ ଦରକାରଥିଲା । ଏହାପରେ ସେ ୟର୍କର ପକାଇଥିଲେ । ଯେଉଁଥିରେ ଧୋନୀ ରନ୍ ବାହାର କରିପାରି ନଥିଲେ । ତେବେ ତୃତୀୟ ବଲରେ ବଡ ସଟ୍ ଖେଳିବା ଆଶାରେ କ୍ୟାଚ୍ ଆଉଟ୍ ହୋଇଥିଲେ ମାହି । ଧୋନୀ ଆଉଟ୍ ହେଲା ପରେ ଚେନ୍ନାଇର ଆଶା ମଉଳି ଯାଇଥିଲା । ଶେଷ ୩ ବଲରେ ୨୦ ରନ୍ ଦରକାର ଥିଲା । ଚତୁର୍ଥ ବଲରେ ଫ୍ରିଟୋରିୟନ୍ସ ସିଙ୍ଗଲ ନେଇ ଷ୍ଟ୍ରାଇକ୍ ଜାଡେଜାଙ୍କୁ ଦେଇଥିଲେ । ଜାଡେଜା ପଞ୍ଚମ ବଲରେ ଛକା ଲଗାଇଥିଲେ । ଶେଷ ବଲରେ ସେ ସିଙ୍ଗଲ ନେଇ କେବଳ ପରାଜୟର ଅନ୍ତର କମାଇଥିଲେ ।

Leave A Reply

Your email address will not be published.