ସୁରଟରେ ଓଡିଆ ଯୁବକଙ୍କୁ ହତ୍ୟା

ସୋର ୨୭।୦୪: ଟଙ୍କା ପାଇଁ ଓଡିଆ ଯୁବକଙ୍କୁ ହତ୍ୟା । ସୁରଟରେ ସହକର୍ମୀ ହତ୍ୟା କରିଥିବା ସୂଚନା । ମୃତକ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବଳଙ୍ଗ ବାପା ଗାଁର ଜୀବନ ରାଉତ ବୋଲି ଜଣାପଡିଛି । ସେ ସୁରତର ମାଗଡ଼ାଲା କ୍ରସ ରୋଡ ନିକଟରେ ଥିବା ହୋଟେଲ ‘MARIDIEN’ରେ କ୍ୟାସିୟର ଭାବେ କାମ କରୁଥିଲେ । ଘଟଣାରେ ପୋଲିସ କିଛି ସହକର୍ମୀଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଜବତ କରିଛି । ଖବର ଅନୁଯାୟୀ, ଗତ ସୋମବାର ଦିନ କମ୍ପ୍ଲେକ୍ସର ତଳ ମହଲାରୁ ଏକ ବ୍ୟାଗରେ ଜୀବନଙ୍କ ମୃତଦେହ ଠାବ କରାଯାଇଥିଲା । ଜୀବନ ସେହି ହୋଟେଲରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ । ସୋମବାର ଦିନ ହୋଟେଲର ୨୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ପିଛା କରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ବି ସେମାନଙ୍କୁ ବିରୋଧ କରିଥିଲେ । କିନ୍ତୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଜୀବନକୁ ଆକ୍ରମଣ କରିବା ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡାଉ ନେଇଥିଲେ । ସେପଟେ ଘଟଣା ସଂପର୍କରେ ଖବର ପୋଲିସ ତଦନ୍ତ କରିଥିଲା । ପୋଲିସ ତଦନ୍ତରେ ଏହି ହତ୍ୟାକାଣ୍ଡ ପଛରେ ହୋଟେଲର କିଛି କର୍ମଚାରୀ ସାମିଲ ଥିବା ସୁରାକ ପାଇଥିଲା । ତୁରନ୍ତ ସେମାନଙ୍କୁ ପଚରାଉଚରା କରିଥିଲା । ଶେଷରେ ସହକାରୀ କ୍ୟାସିୟର ଓ କିଛି ସହଯୋଗୀମାନେ ଟଙ୍କା ଲୋଭରେ ଜୀବନକୁ ହତ୍ୟା କରିଥିବା ମାନିଥିଲେ । ପୋଲିସ ସେମାନଙ୍କୁ ଗିରଫ ସହ ୪ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ।

Leave A Reply

Your email address will not be published.