ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୦ ଟିକିଆ ହାତୀପଲ

ପାଟଣା ୨୭।୦୪ : ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୦ ଟିକିଆ ହାତୀପଲ । ଏହି ହାତୀପଲରେ ୭ଟି ମାଇ ହାତୀ, ୫ଟି ଦନ୍ତା ଓ ୮ଟି ଛୁଆ ହାତୀ ରହିଥିବା ସୂଚନା ମିଳିଛି । ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି । ଖବର ଅନୁଯାୟୀ, କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜରୁ ଆସି ଆଦପୁର ନିକଟରେ ବୈତରଣୀ ନଦୀପାର ହୋଇ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌କୁ ପ୍ରବେଶ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀପଲ ପଦ୍ମପୁର ମାଳିପଶି ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି । ତେବେ ଗାଁ ନିକଟରେ ହାତୀ ପଲ ରହିଥିବାରୁ ପୁରା ଅଞ୍ଚଳବାସୀ ଏବେ ଭୟଭୀତ । ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.