ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଗୁଳିମାଡ଼,

ଘଟଗାଁ ୨୭।୦୪ : ମାଗିଲେ ସିଗାରେଟ । ଦେବାରେ ହୋଇଗଲା ବିଳମ୍ବ । ଦୋକାନୀକୁ ଗୁଳିମାଡ଼ କଲେ ଯୁବକ । ଗୁରୁତର ଅବସ୍ଥାରେ ଦୋକାନୀ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ହୋଇଛି ବୋମାମାଡ଼ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଜଗବନ୍ଧ ମହାପାତ୍ରଙ୍କ ଗ୍ରୋସରୀ ଦୋକାନକୁ ୨ ଜଣ ଯୁବକ ଆସି ସିଗାରେଟ୍‌ ମାଗିଥିଲେ । ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଜଗବନ୍ଧୁଙ୍କୁ ସେମାନେ ଗୁଳିମାଡ଼ କରିଥିଲେ । ଗୁଳିଟି ଜଗବନ୍ଧୁଙ୍କର ବେକରେ ବାଜି ଏପଟ ସେପଟ ବାହାରିଯାଇଥିଲା । ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହରିଚନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.