KGF-3କୁ ନେଇ ୟଶ୍‌ କଲେ ବଡ ଖୁଲାସା

ନୂଆଦିଲ୍ଳୀ ୧୫।୦୪: ଦୀର୍ଘ ସମୟ ଅପେକ୍ଷା ପରେ ଫିଲ୍ମ କେଜିଏଫ୍‌ ଶେଷରେ ରିଲିଜ୍‌ ହୋଇଛି । ସୁପରଷ୍ଟାର ତଥା ରକିଂ ଷ୍ଟାର୍ ୟଶଙ୍କ ଫିଲ୍ମ ସିନେମା ଘରେ ଧମାଲ୍‌ କରୁଛି । ଏହି ଫିଲ୍ମ ଶୀଘ୍ର ୧୦୦୦ କୋଟି ଛୁଇଁବାକୁ ଯାଉଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଛନ୍ତି। ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି । ଏହି ଯେଉଁମାନେ ୟଶଙ୍କ ‘KGF ପାର୍ଟ-୨ ଦେଖିଛନ୍ତି ସେମାନେ ପାର୍ଟ ୩’ ଆସିବ କି ନାହିଁ ତାକୁ ନେଇ ମନରେ ପ୍ରଶ୍ନ ଉଠିଛି । କିନ୍ତୁ କୁହାଯାଇଛି କି ଏହାର ତୃତୀୟ ଭାଗ ମଧ୍ୟ ଆସିବ ବୋଲି ବହୁତ ବଡ ସମ୍ଭାବନା ରହିଛି । କହିବାକୁ ଗଲେ କେଜିଏଫ୍‌ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ତଥା ପାର୍ଟ-୨ ମୁକ୍ତିଲାଭ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ଫିଲ୍ମର ତୃତୀୟ ଭାଗ ଉପରେ ସ୍ପଷ୍ଟ ଭାବରେ ଦର୍ଶାଉଛନ୍ତି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି। ପାର୍ଟ-୩ ପାଇଁ ପ୍ରି-ପ୍ରଡକ୍ସନରେ କାମ ଆରମ୍ଭ ହୋଇଯାଇଛି । ବେଳେ ଅନ୍ୟ ପଟେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ହେଲେ କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖାଯିବ । କିନ୍ତୁ ଏହାରି ବିଷୟରେ ଅଧିକ କିଛି କହିବାକୁ କାର୍ତ୍ତିକ ମନା କରି ଦେଇଛନ୍ତି ।

Leave A Reply

Your email address will not be published.