ଜାହାଙ୍ଗୀରପୁରୀ ହିଂସା : ଆଉ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ ୨୮/୦୪:  ଜାହାଙ୍ଗୀରପୁରୀ ହିଂସା ମାମଲାରେ ପୋଲିସ ଆଉ ୩ ଅଭିଯକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜାଫର ଓ ବାବୁଦ୍ଦୀନ । ସେମାନେ ହନୁମାନ ଜୟନ୍ତୀ ଦିନ ଶୋଭାଯାତ୍ରା ଉପରେ କାଚ ବୋତଲ ମାଡ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ସେମାନେ ଭୟଭୀତ କରିବା ପାଇଁ ଖଣ୍ଡା ମଧ୍ୟ ବୁଲାଇଥିଲେ । ଉଭୟ ଅଭିଯୁକ୍ତ ସମ୍ପର୍କରେ ଭାଇ ଅଟନ୍ତି । ଉଭୟଙ୍କ ବିରୋଧରେ ହିଂସା ଓ ଦଙ୍ଗା ଘଟାଇବା ଅଭିଯୋଗ ରହିଛି । ସେମାନେ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନସାରକୁ ମଧ୍ୟ ଜାଣିଥିଲେ । ପୋଲିସ ଏହି ମାମଲାରେ ଏବେସୁଦ୍ଧା ୨୮ଜଣଙ୍କୁ ଗିରଫ କରିସାରିଛି । ଏଥିରେ ୩ ଜଣ ନାବାଳକ ରହିଛନ୍ତି । ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ସେହିପରି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାଖରେ ୯ ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଲଗାତର ପଚରାଉଚରା କରାଯାଉଛି ।   ସୂଚନାଯୋଗ୍ୟ, ଦିଲ୍ଲୀର ଜହାଙ୍ଗୀରପୁରୀରେ ଏପ୍ରିଲ ୧୬ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ଶୋଭାଯାତ୍ରା ଉପରେ କିଛି ଦୁର୍ବୃତ୍ତ ପଥର ମାଡ କରିଥିଲେ । ଫଳରେ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ୮ ପୋଲିସ କର୍ମୀଙ୍କ ସମେତ ୯ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.