ଟ୍ୱିଟର୍ ପରେ କୋକାକୋଲା କିଣିବେ ଏଲନ ମସ୍କ

ନୂଆଦିଲ୍ଲୀ ୨୮/୦୪:  ଟ୍ୱିଟର ପରେ ଏବେ କୋକାକୋଲା ଉପରେ ଏଲନ ମସ୍କଙ୍କ ଆଖି । ଟେସଲା ସିଇଓ ଏଲନ ମସ୍କ ଏପରି ଏକ ଟ୍ୱିଟ୍ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସେ ଟ୍ୱିଟ୍ କରି କୋକାକୋଲା କିଣିବେ ବୋଲି କହିଛନ୍ତି । ଟ୍ୱିଟର କିଣିବା ପରେ ଏଲନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ହୋଇପଡିଛନ୍ତି । ସେ ଲଗାତର ଭାବେ ଟ୍ୱିଟ୍ କରୁଛନ୍ତି । ଗୁରୁବାର ସେ ଟ୍ୱିଟ୍ କରି କହିଛନ୍ତି ଯେ, ଏହାପରେ ସେ କୋକାକୋଲା କିଣିବେ । ଏଥିରେ ସେ କୋକେନ୍ ପକାଇପାରିବେ ବୋଲି ମଧ୍ୟ କହିଛନ୍ତି । ଏହାସହ ସେ ଆଉ ଅକ ଟ୍ୱିଟ୍ କରି ଚମତ୍କାର କରିପାରିବେ ନାହିଁ ବୋଲି କହିଛନ୍ତି ।ନିକଟରେ ସେ ଟ୍ୱିଟରକୁ କ୍ରୟ କରିଥିବା ଟ୍ୱିଟ୍ କରିଥିଲେ । ଏଥିପାଇଁ ସେ ୪୪ ବିଲିୟନ ଡଲାର ବା ୩୩୬୮ ଅରବ ଟଙ୍କା ଖର୍ଚ୍ଚ କରିଥିଲେ । ଏହାସହ ସେ କହିଥିଲେ ଯେ, ବାକ୍ ସ୍ୱାଧିନତାକୁ ସେ ସମର୍ଥନ କରନ୍ତି । ଏହା ଉପରେ ସେ ଲଗାତର କାମ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.