ରଶିଦ୍‌ଙ୍କ ଛକାରେ ସିଟ୍‌ରୁ ଉଠି ତାଳି ମାରିବାକୁ ଲାଗିଲେ ହାର୍ଦ୍ଧିକ୍‌ଙ୍କ ପତ୍ନୀ ନତାଶା

ମୁମ୍ବାଇ ୨୮।୦୪: ଚଳିତ ଆଇପିଏଲରେ ଗୁଜରାଟ  ଟାଇଟନ୍ସର  ବିଜୟ ଯାତ୍ରା ଅବ୍ୟାହତ ରହିଛି। ଋଦ୍ଧିମାନ ଶାହାଙ୍କ ଅର୍ଦ୍ଧଶତକ ପରେ ରାହୁଲ ତେଓ୍ଵତିଆ ଏବଂ ରଶିଦ ଖାନଙ୍କ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ଗୁଜରାଟ ଟାଇଟନ୍ସ ରୋମାଞ୍ଚକର ବିଜୟରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ରଶିଦ ଖାନ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ବିଜୟ ଯାତ୍ରାରେ ଲାଗିଛି ବ୍ରେକ। ଶେଷ ଓଭରରେ ରଶିଦ ଖାନ ଏବଂ ରାହୁଲ ତେଓ୍ଵତିଆ ୪ ଛକା ସହ ୨୫ ରନ କରି ଗୁଜରାଟ ଚମତ୍କାର ବିଜୟ ହାସଲ କରିଛି। ବିଜୟ ପରେ ବର୍ତ୍ତମାନ ଗୁଜରାଟ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିଛି। ତେବେ ଏହି ମ୍ୟାଚ୍‌ର ଶେଷ ଓଭରରେ ଯେତେବେଳେ ରଶିଦ୍‌ ଖାନ୍‌ ଶେଷ ଛକା ମାରିଲେ ଠିକ୍ ସେତେବେଳେ ଷ୍ଟାଡିୟମ୍‌ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ସହ ହାର୍ଦ୍ଧିକଙ୍କ ପତ୍ନୀ ନତାଶା ଷ୍ଟେନକୋଭିକ୍‌ ତାଙ୍କ ସିଟ୍‌ରୁ ଉଠିପଡିଥିଲେ। ଖୁସିରେ ଡେଇଁ ପଡି ତାଳି ମାରୁଥିଲେ। ଏହି ସମୟରେ ହାର୍ଦ୍ଧିକ୍‌ଙ୍କୁ ମଧ୍ୟ ବହୁତ ଖୁସି ଥିବାର ଦେଖିବାକୁ ଜଣା ପଡିଥିଲା । ଏହି ଖୁସିର ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରାଯାଇଛି ।

Leave A Reply

Your email address will not be published.