ଡିଭାଇଡରରେ ପିଟିହେଲା ବାଇକ: ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର ୦୨/୦୫: ସଡକ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର । ସମସ୍ତ ମୃତାହତ ବାଲିଆ ଅଂଚଳର ବୋଲି ଜଣାପଡିଛି । ବାଲେଶ୍ୱର ବାଲିଆ ଅଂଚଳର ୩ ଯୁବକ ଏକ ବାଇକରେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ ଡିଭାଇଡରକୁ ପିଟି ହୋଇଯାଇଥିଲେ । ଏଥିରେ ତିନି ଜଣ ଯାକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମୃତକ ଦୁଇଜଣଙ୍କ ନାମ ପରେଶ ଓ ଭାଲୁ ବୋଲି ଜଣାପଡିଛି । ସେହିଭଳି ଆହତ ଜଣକ ବାଲିଆର ପାକୁଆ ବୋଲି ଜଣା ପଡିଛି ।

Leave A Reply

Your email address will not be published.