ସିଆଇଏ ମୁଖ୍ୟ ବୈଷୟିକ ଅଧିକାରୀ ପଦରେ ଭାରତୀୟ ବଂଶୋଦ୍ଭବ 

ନୂଆଦିଲ୍ଲୀ ୦୨/୦୫: ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ପ୍ରଥମ ମୁଖ୍ୟ ବୈଷୟିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି। ନନ୍ଦ ମୁଲଚନ୍ଦାନି ଦିଲ୍ଲୀ ସ୍କୁଲରେ ଅଧ୍ୟୟନ କରିଛନ୍ତି। ତାଙ୍କ ନିଯୁକ୍ତି ନେଇ ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟ୍ୱିଟରରେ ଘୋଷଣା କରିଛନ୍ତି। ସିଆଇଏର ତଥ୍ୟ ଅନୁଯାୟୀ, ନନ୍ଦ ମୁଲଚନ୍ଦାନିଙ୍କ ସିଲିକନ ଭ୍ୟାଲି ଓ ପ୍ରତିରକ୍ଷା କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି। ସେ କେତେକ ଷ୍ଟାର୍ଟଅପର ପ୍ରତିଷ୍ଠାତା ମଧ୍ୟ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ତାଙ୍କର ଦକ୍ଷତା ସିଆଇଏ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ନନ୍ଦ ମୁଲଚନ୍ଦାନି ବିଦେଶର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି। ସେ କଂପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିବା ବେଳେ ଷ୍ଟାଣ୍ଡଫର୍ଡ଼ ବିଶ୍ୱ ବିଦ୍ୟାଳୟରୁ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ , ହାଭାର୍ଡ଼ରୁ ମାଷ୍ଟର ଇନ୍ ପବ୍ଲିକ୍ ଆଡମିନିଷ୍ଟ୍ରେଶନ୍ ଡିଗ୍ରୀ ହାସଲ କରିଛନ୍ତି।

Leave A Reply

Your email address will not be published.