ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ

ଚଣ୍ଡୀଖୋଲ ୦୩/୦୫: ଆଜି ହେଉଛି ପବିତ୍ର ଅକ୍ଷି ତୃତୀୟା । କୃଷକଙ୍କ ମହାନ ପର୍ବ । ଆଜି ଦିନଠୁ ଚାଷୀ ମାନେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଓ ଯାଜପୁର ଜିଲ୍ଲା ଧର୍ମଶାଳା କିଷାନ କଂଗ୍ରେସ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ ଉତ୍ସବ ନରସିଂହପୁରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ ଅକ୍ଷିମୁଠି ଅନୁକୂଳ କରିଥିଲେ । ପ୍ରଥମେ ବାଜା ସଂକୀର୍ତନ ସହ ଜମିରେ ପହଁଚି ଭୂମି ପୂଜନ କରାଯାଇଥିଲା । ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ ମାଆ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥିଲା. ପରେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଓ ଧର୍ମଶାଳା କୃଷକ ସେଲ କର୍ମକର୍ତ୍ତା ମିଶି ଅକ୍ଷିମୁଠି ଅନୁକୂଳ କରି ଚାଷଜମିରେ ଧାନ ପକାଇ ଲଙ୍ଗଳ ସାହାଯ୍ୟରେ ହଳ କରିଥିଲେ । ଓଡିଶା ଏକ ଚାଷୀ ବହୁଳ ରାଜ୍ୟ ହୋଇ ଥିବାରୁ ଏଠାରେ ଚାଷ ଏକ ପ୍ରମୁଖ ଫସଲ ଆଗାମୀ ବର୍ଷ ଓଡିଶା ଚାଷୀ ଙ୍କ ପାଇଁ ସୁଖ ସମୃଦ୍ଧି ଆଣିବା ସହ ଭଲ ଫସଲ ହେଉ ବୋଲି କୃଷକ ସେଲ ଅଧକ୍ଷ କହିଛନ୍ତି ।

Leave A Reply

Your email address will not be published.