ଶିବରାମଙ୍କୁ ମାରିଲା କିଏ ? 

ଅନୁଗୁଳ ୦୩।୦୫ : ଅନୁଗୁଳ ବଳରାମପ୍ରସାଦରେ ଅଭାବନୀୟ ଘଟଣା । ଘର ସାମ୍ନାରେ ଜଣଙ୍କୁ ନିର୍ମମ ହତ୍ୟା ।କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ମୃତକ ବଳରାମ ପ୍ରସାଦର ଶିବରାମ ସାହୁ ବୋଲି ଜଣାପଡିଛି । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଶିବାରାମ ସାହୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦିତା କରି ପରାସ୍ତ ହୋଇଛନ୍ତି । ପୂର୍ବରୁ ସେ ଥରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । କେହି ଦୁର୍ବୃତ୍ତ ଶିବରାମଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନାଲୋକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.