ଇଦ ପାର୍ଟିରେ ଏକାଠି ନଜର ଆସିଲେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ ୦୪।୦୫ : ଫିଲ୍ମ ‘ଶେରଶାହା’ ରିଲିଜ୍ ହେବା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ଖୁବ୍ ପପୁଲାର ହୋଇଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ମଧ୍ୟ ଆସିବାକୁ ଲାଗିଲା। କିନ୍ତୁ ଯେତେବେଳେ ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ଚିନ୍ତା କରୁଥିଲେ। ହେଲେ ସେତେବେଳେ ସେମାନଙ୍କ ବ୍ରେକ୍ଅପ୍ ହେବାର ଖବର ସାମ୍ନାକୁ ଆସିଥିଲା । ଯାହାକୁ ଶୁଣିଲା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପଯ୍ୟନ୍ତ ବି-ଟାଉନ୍‌ରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି କି ଏହି ଲଭବାର୍ଡ ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି। କିନ୍ତୁ ବ୍ରେକଅପ୍ ଖବର ମଧ୍ୟରେ ସିଦ୍ଧାର୍ଥ ଏବଂ କିଆରା ଦୁହେଁ ପ୍ରଥମ ଥର ଏକାଠି ନଜର ଆସିଛନ୍ତି ।

Leave A Reply

Your email address will not be published.