ଦେଶରେ ତାପମାତ୍ରା ବୃଦ୍ଧି ଯୋଗୁ ଏସି ବିକ୍ରିରେ ରେକର୍ଡ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ଗରମ ପଡ଼ୁଥିବାରୁ ଏୟାରକଣ୍ଡିଶନର ବିକ୍ରିରେ ଜବରଦସ୍ତ ବୃଦ୍ଧି ହୋଇଛି। କେବଳ ଏପ୍ରିଲ ମାସରେ ୧୭.୫ ଲକ୍ଷ ଏସି ବିକ୍ରି ହୋଇଛି। ହ୍ୱାଇଟ ଗୁଡ୍ସ ଉପରେ ନଜର ରଖୁଥିବା ସଂଗଠନ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍ସେସ୍ ମେନୁଫେକ୍ଚରର୍ସ ଆସୋସିଏସନ୍(CEMA) ଏନେଇ ସୂଚନା ଦେଇଛି। ୨୦୨୨ରେ ଏସି ବିକ୍ରି ସଂଖ୍ୟା ୯୦ ଲକ୍ଷ ପାର କରିବ ବୋଲି CEMA କହିଛି। ତେବେ କେବଳ ଏପ୍ରିଲ ମାସରେ ଏତେ ମାତ୍ରାରେ ଏସି ବିକ୍ରି ହେବା ସବୁଠାରୁ ବଡ଼ ରେକର୍ଡ।   ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ଆଗକୁ ଏସି ଚାହିଦା ଆହୁରି ବଢ଼ିବ। ହେଲେ କିଛି ସାମଗ୍ରୀର ଅଭାବ ଯୋଗୁ କମ୍ପାନୀମାନେ ଗ୍ରାହକଙ୍କ ଡିମାଣ୍ଡ ପୂରା କରିବାରେ ଅସମର୍ଥ ହୋଇପାରନ୍ତି ବୋଲି CEMA କହିଛି। ସୂଚନା ଥାଉକି, ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍ ଅଞ୍ଚଳରେ ପାରା ୪୬ ଡିଗ୍ରୀ ପହଞ୍ଚିପାରେ। ତେବେ ରାଜସ୍ଥାନର କିଛି ଅଞ୍ଚଳରେ ପାରଦ ୪୭ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ହୋଇସାରିଛି।   ଆଗକୁ ଚାହିଦା ପୂରଣ କରିବାରେ ଥିବା ସମସ୍ୟାକୁ ନେଇ CEMA ଅଧ୍ୟକ୍ଷ କହିଛନ୍ତି ଏରିକ ବ୍ରେଗାଞ୍ଜା କହିଛନ୍ତି ଯେ ଅଧିକ ବିଜୁଳି ଟାଣୁଥିବା ୫ଷ୍ଟାର ଏସିକୁ ନେଇ ଅଧିକ ସମସ୍ୟା ରହିଛି। କାରଣ ଏହାର ଚାହିଦା ସବୁଠାରୁ ଅଧିକ ରହୁଥିବାରୁ ଏଥିରେ ବ୍ୟବହାର ହେଉଥିବା କଣ୍ଟ୍ରୋଲର, କମ୍ପ୍ରେସର ଭଲି ଉପକରଣର ଅଭାବ ରହିଛି। ଏପ୍ରିଲ୍‌ରେ ଯେଉଁ ୧୭.୫ ଲକ୍ଷ ଏସି ବିକ୍ରି ହୋଇଛି ତାହା କେବଳ ଘରେ ବ୍ୟବହାର ପାଇଁ ହୋଇଛି। ହିସାବକୁ ଦେଖିଲେ ଗତବର୍ଷ ଏପ୍ରିଲ୍‌ମାସ ଠାରୁ ଏବର୍ଷ ଦୁଇଗୁଣା ଏସି ବିକ୍ରି ହୋଇଛି। ସେହିପରି ୨୦୧୯ ବର୍ଷ ଏପ୍ରିଲ ମାସକୁ ଦେଖିଲ ଏସି ବିକ୍ରି ରେ ୩୦-୩୫ ପ୍ରତିଶତ ବିକ୍ରି ଅଧିକ ରହିଛି। ତେବେ ଭୋଲ୍‌ଟାସ୍, ପାନାସୋନିକ, ବିଟାଚୀ, ଏଲ୍‌ଜି ଏବଂ ହାୟର କମ୍ପାନୀର ଏସି ଅଧିକ ବିକ୍ରି ହୋଇଛି।

Leave A Reply

Your email address will not be published.