ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା, ହନ୍ତସନ୍ତ ରୋଗୀ

ଚାନ୍ଦବାଲି ୦୪/୦୫: ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ହେଲେ ଏବେ ବି ଅନେକ ସ୍ଥାନର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି । ଏବେବି କରେଣ୍ଟ ଚାଲିଗରେ ମୋବାଇଲ ଲାଇଟରେ ଚିକିତ୍ସା କରିବାକୁ ସାହାରା ନେଉଛନ୍ତି ଡାକ୍ତର । ଏକେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଦ୍ୟୁତ ନଥିବାରୁ ମେଡିକାଲ ସାରା ଅନ୍ଧାର ଆଉ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ହିଁ ଏକମାତ୍ର ଜୀବନ ବଞ୍ଚାଇବାକୁ ଡାକ୍ତରର ସାହାରା ପାଲଟିଛି । ମେଡିକାଲର ସବୁ ୱାର୍ଡରେ ଖାଲି ମାଳ ମାଳ ମୋବାଇଲି । ମେଡିକାଲରେ ଗତକାଲି ସନ୍ଧ୍ୟା ୬ ଘଟିକାରୁ ବିଦ୍ୟୁତ ଚାଲିଯାଇଥିଲା । ରାତି ୯ଟା ପର୍ଯ୍ୟନ୍ତ କିଛି ଆଲୋକ ବ୍ୟବସ୍ଥା ହୋଇପାରିନଥିଲା । ଫଳରେ ମୋବାଇଲ ଲାଇଟରେ ହୋଇଥିଲା ପ୍ରସୂତିଙ୍କ ଚିକିତ୍ସା । ସେ ମହିଳା ହେଉ କି ପୁରୁଷ ୱାର୍ଡ ସବୁଥିରେ ୨୦ରୁ ଉର୍ଦ୍ଧ ରୋଗୀ ଆଡିମିଶନ ହୋଇଛନ୍ତି । କିନ୍ତୁ ସମସ୍ତଙ୍କୁ ଏମିତି ହିନସ୍ତା ହେବାକୁ ପଡୁଛି । ଗତକାଲି ୨ ଜଣ ଯୁବକ ସଡକ ଦୁଘଟଣାରେ ଗୁରୁତର ହୋଇ ମେଡିକାଲକୁ ଆସିଲେ ହେଲେ ଡାକ୍ତର ତାଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରୁକରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାରେ ଇଂନଭଟର ଓ ଏକ ବଡ ଡିଜି ଅଛି ହେଲେ ସେ ଖରାପ । ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ରୋଗୀ ।

Leave A Reply

Your email address will not be published.