ମାଛ ଜାଲରେ ପଡିଲା ବିଶାଳକାୟ କୁମ୍ଭୀର

ଉଦଳା ୦୪।୦୫: ମାଛ ଜାଲରେ ପଡିଲା ବିଶାଳକାୟ କୁମ୍ଭୀର । ଉଦ୍ଧାର କଲେ ଗ୍ରାମବାସୀ । ଏତେ ବଡ଼ କୁମ୍ଭୀରକୁ ଦେଖି ଗ୍ରାମବାସୀ ପୁରା ଆତଙ୍କିତ ହୋଇପଡିଛନ୍ତି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଡବକ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ଖବର ଅନୁଯାୟୀ, ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ବନ୍ଧରେ ମାଛ ଧରିବା ନିମେନ୍ତେ ସ୍ଥାନୀୟ ଲୋକେ ମଙ୍ଗଳବାର ରାତିରେ ଜାଲ ପକାଇଥିଲେ । ବୁଧବାର ସକାଳେ ଜାଲ ଉଠାଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ଲାଗିଥିବା ଦେଖିଥିଲେ । ତେବେ ଫଶି ରହିଥିବା କୁମ୍ଭୀରକୁ ଜାଲ ସହିତ ପାଣିରୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ପରେ ପାଣିରୁ ବାହାରକୁ ଆଣି ଜାଲ କାଟି କୁମ୍ଭୀରକୁ ଉଦ୍ଧାର କରିବା ସହ  ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ବନ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀମାନେ କୁମ୍ଭୀରକୁ ଭାରାରେ ନେଇ ବିଟ୍ ହାଉସ୍‌ରେ ପହଞ୍ଚିଥିଲେ । ମାଛ ଜାଲରେ କୁମ୍ଭୀର ଲାଗିବା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଏହି ବନ୍ଧରେ କୁମ୍ଭୀର ଥିବା କଥା ପୂର୍ବରୁ ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ । କିନ୍ତୁ ବନବିଭାଗ ଏହାକୁ ଗୁରୁତ୍ୱ ସହ ନେଇନଥିଲା ବୋଲି ଗ୍ରାମବାସୀ କହିଛନ୍ତି।

Leave A Reply

Your email address will not be published.