ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୧୫୦

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ବର୍ଷକୁ ବର୍ଷ ହ୍ରାସ ପାଉଛି। ୨୦୨୨ରେ ପ୍ରେସ୍ ସ୍ୱାଧୀନତା ତାଲିକାରେ ଭାରତରେ ସ୍ଥାନ ୧୮୦ରୁ ୧୫୦ ରହିଛି।  ୨୦୧୬ରେ ପ୍ରେସ ସ୍ୱାଧୀନତାରେ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୩ ରହିଥିଲା। ହେଲେ ୨୦୨୧ରେ ଏହି ନମ୍ବର ୧୪୨ ରହିଥିଲା। ଚଳିତ ବର୍ଷ ବି ଭାରତ ପ୍ରେସକୁ ସ୍ୱାଧୀନତା ଦେବାରୁ ଫେଲ୍ ମାରିଛି। ଏଥର ରାଙ୍କ ୧୫୦ ରହିଛି। ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚକାଙ୍କ (ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ)ରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ସାମ୍ବାଦିକ ଓ ମିଡିଆ ସଂସ୍ଥାମାନଙ୍କର ସ୍ୱାଧୀନତା, ନେଟିଜେନ୍ସ ଆଦି ସମସ୍ତଙ୍କୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ପ୍ରେସ୍ ସ୍ୱାଧୀନତା ତାଲିକା ପ୍ରକାଶ କରିବା ପରେ ସଂସ୍ଥା ଚିନ୍ତା ବ୍ୟକ୍ତ କରିବା ସହିତ ଗଣମାଧ୍ୟମର ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛି। ଗତବର୍ଷ ଭାରତକୁ ଗଣମାଧ୍ୟମର ସ୍ୱାଧୀନତା ତାଲିକାରେ ୧୪୨ ରାଙ୍କରେ ରଖାଯାଥିଲା। ଯାହା ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ପାଇଁ ବିପଦପୂର୍ଣ୍ଣ ରାଙ୍କ ଥିଲା। ସାମ୍ବାଦିକମାନଙ୍କ ପାଇଁ ବିଶ୍ୱରେ ଭାରତ ଅଧିକ ବିପଦପ୍ରବଣ ଦେଶ ଭାବେ କ୍ୟାଟେଗୋରୀ କରାଯାଇଥିଲା। ଏଥର ଏହି ରାଙ୍କ ଆହୁରି ତଳକୁ ଖସି ୧୫୦ ହୋଇଯାଇଛି।  

Leave A Reply

Your email address will not be published.