୫ ଦଫା ଦାବିରେ ଭଞ୍ଜସେନାର ୪ ଘଣ୍ଟିଆ ବିକ୍ଷୋଭ

ବାରିପଦା ୦୯/୦୫ : ୫ ଦଫା ଦାବି ନେଇ ଆଜି ଭଞ୍ଜସେନା ପକ୍ଷରୁ ୪ ଘଂଟିଆ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ସେବା ସାଙ୍ଗକୁ ପର୍ଯ୍ୟଟନ ଓ ଗମନାଗମନର ବିକାଶ ଭଳି ବିଭିନ୍ନ ୫ ଦଫା ଦାବିରେ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲାର ସମସ୍ତ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ, ଜିଲ୍ଲାରେ ଅଭାବ ଥିବା ଡାକ୍ତର ପଦବୀ ପୂରଣ ସମେତ କର୍ମଚାରୀ ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବି ନେଇ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ବାବଦରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାର ଉକ୍ତ ସମସ୍ୟା ଗୁଡିକୁ ଆଦୌ ଗୁରୁତ୍ୱ ପ୍ରଦାନ କରୁନାହାନ୍ତି । ତେଣୁ ଆଜି ସକାଳ ୬ଘଟିକା ଠାରୁ ୧୦ଘଟିକା ପର୍ଯ୍ୟନ୍ତ ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥ ସହିତ ଜିଲ୍ଲାର ସମସ୍ତ ରାଜ୍ୟ ରାଜପଥ ଏବଂ ମୟୂରଭଞ୍ଜ ର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଉପରେ ହରତାଳ କରାଯାଇଛି । ଏହାପରେ ବି ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.