ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜରେ ମାତିଲା ଭାଲୁ

କରଞ୍ଜିଆ ୦୯/୦୫ : ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ । ମଧୁସୂଦନ କାଣ୍ଡେଆନ୍ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତକାଲି ରାତିରେ ବିଲକୁ ପାଣି ଛାଡିବାକୁ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁଟି ତାଙ୍କର ବିଭିନ୍ନ ସ୍ଥାନରେ କାମୁଡିବା ସହିତ ନଖରେ ଅନେକ ସ୍ଥାନରେ କ୍ଷୟକ୍ଷତି କରିଛି । ମଧୁସୂଦନ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥାନରେ ଗୁରୁତର ହୋଇ ପଡ଼ିଥିଲେ । ବିଳମ୍ବିତ ରାତି ହୋଇଯାଇଥିଲେ ମଧ୍ୟ ମଧୁସୂଦନ ଘରକୁ ଫେରିବା ବିଳମ୍ବ ହେବା ଯୋଗୁଁ ପରିବାର ଲୋକ ଖୋଜିଖୋଜି ଯାଇ ବିଲରେ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସାହାଯ୍ୟରେ ଏକ ଗାଡିରେ କରଞ୍ଜିଆ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.