ଟ୍ରକରେ ପିଟି ହେଲା ଆମ୍ବୁଲାନ୍ସ

ସୋର ୦୯।୦୫: ଟ୍ରକକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ରୋଗୀ ସମେତ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ,  କୋଲକାତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ୱର ଆସୁଥିଲା ଏକ ଆମ୍ବୁଲାନ୍ସ । କିନ୍ତୁ ବାଲେଶ୍ୱର ବେଗୁନିଆ ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ ।ଯାହାଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସମେତ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ଟ୍ରକ ଚାଳକ ଟ୍ରକ ନେଇ ଘଟଣାସ୍ଥଳରେ ଫେରାର ହୋଇଯାଇଥିବା ବେଳେ ଖନ୍ତାପଡ଼ା ପୋଲିସ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଏବେ ଯାଏଁ ଗୁରୁତରଙ୍କ ପରିଚୟ ମିଳିନାହିଁ ।

Leave A Reply

Your email address will not be published.