ଖଲ୍ଲିକୋଟ ୧୦।୦୫: ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା । ସ୍ଥଳଭାଗ ନଛୁଇଁଲେ ବି ଏଥିପ୍ରତି ସଜାଗ ରହିବାକୁ ଚେତବାନୀ ଦେଇଛି ପ୍ରଶାସନ । ଏହାପରେ ବି ପ୍ରଶାସନ ଓ ସରକାରଙ୍କ ନିୟମକୁ ବେଖାତିର କରି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ଯାହାକି ତାଙ୍କୁ ଅସୁବିଧାରେ ପକାଇଛି । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଓଲଟିପଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଗଲେ ୧୫ରୁ ୨୦ ମତ୍ସ୍ୟଜୀବୀ ।ଖବର ଅନୁଯାୟୀ, ସୋମବାର ସକାଳୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଅଞ୍ଚଳର ୪ଟି ଡ଼ଙ୍ଗା ମାଧ୍ୟମରେ ୧୫ ରୁ ୨୦ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବା ନିମନ୍ତେ ଯାଇଥିଲେ । ଏହି ସମୟରେ ହଠାତ୍ ସମୁଦ୍ର ଅଶାନ୍ତ ହେବା ଫଳରେ ସେମାନେ ସାଙ୍ଗରେ ନେଇ ଯାଇଥିବା ଡଙ୍ଗାଟି ହଠାତ୍ ଓଲଟି ପଡିଥିଲା । ଯାହାଫଳରେ ସମୁଦ୍ର ଭିରତରକୁ ପ୍ରବେଶ କରିଥିବା ମତ୍ସ୍ୟଜିବୀ ମାନେ ଭୟଭୀତ ହୋଇ ପଡିଥିଲେ । ଏହି ମତ୍ସ୍ୟଜିବୀ ମାନେ ନିଜ ଜୀବନ ବଞ୍ଚାଇବା ନିମନ୍ତେ ବିଭିନ୍ନ ସଂଘର୍ଷ କରିବା ସହ ୨୦୦ ମିଟର ଦୂରରେ ଥିବା ଜେଟି ନିକଟକୁ କିପରି ସୁରକ୍ଷିତ ଭାବେ ଆସିବେ ସେ ନେଇ ପ୍ରାଣେପଣେ ଉଦ୍ୟମ ଜାରି ରଖିଥିଲେ ।ତେବେ ଏହାର ଖବର ପାଇ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମୁହାଣ ନିକଟକୁ ଆସି ରଶି ସହାୟତାରେ ଡଙ୍ଗାଗୁଡିକୁ ସିଧା କରିବା ନିମନ୍ତେ ଚେଷ୍ଟା କରିଥିଲେ । ଶେଷରେ ୪ ଟି ଡଙ୍ଗା ଓ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବେ ଜେଟି ନିକଟକୁ ଆସିଥିଲେ । ହେଲେ, ସମୁଦ୍ରକୁ ଯାଇଥିବା ୪ ଟି ଡଙ୍ଗା ମଧ୍ୟରୁ ଗୋଟାଏ ଡଙ୍ଗାର ବିଶେଷ କ୍ଷତି ହୋଇଥିବା ବେଳେ ଆଉ ୩ଟି ଡଙ୍ଗା ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି । କ୍ଷତି ହୋଇଥିବା ୪ ଟି ଡଙ୍ଗା ମଧ୍ୟରୁ ଆର୍ଯ୍ୟପଲ୍ଲୀ ଅଂଚଳର ୩ ଟି ଡଙ୍ଗା ରହିଥିବା ବେଳେ ଗୋଟାଏ ଡଙ୍ଗା ନୂଆ ଗୋଳାବନ୍ଧ ଅଞ୍ଚଳର ରହିଛି ।ସେହିପରି ଦୁଇରୁ ତିନି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ମତ୍ସ୍ୟଜିବୀ ମାନେ ଲକ୍ଷାଧିକ ଟଙ୍କାର ମାଛ ମାରି ସାଥିରେ ନେଇ ଆସୁଥିବା ବେଳେ ସେଗୁଡିକ ନ