ସ୍ଥଳଭାଗ ଭିତରେ ପଶି ରିକର୍ଭ କରିବ ବାତ୍ୟା ‘ଅସାନି’

ବିଜୟୱାଡ଼ା : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ସମୁଦ୍ରରେ ରି-କର୍ଭ କରିବ ବାତ୍ୟା ଅସାନି । ଆନ୍ଧ୍ରପ୍ରଦେଶର ନର୍ସାପୁର, ୟନମ୍, କାକିନାଡା, ଟୁନି ଓ ବିଶାଖାପଟ୍ଟନମ୍ ଉପକୂଳରେ ଏହା ମୋଡ ନେଇ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଆଜି ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହି ରି-କର୍ଭ ପ୍ରକ୍ରିୟା ହେବ । ଅର୍ଥାତ ବାତ୍ୟା ସ୍ଥଳଭାଗକୁ ଛୁଇଁବ ନାହିଁ ବୋଲି କହିଆସୁଛି ଆଇଏମଡି । ହେଲେ ଆମେରିକା ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଂଟର-ଜେଟିଡବ୍ଲୁସିର ଆକଳନ ଏହାଠାରୁ ଭିନ୍ନ ରହିଛି । ଆମେରିକାର ଏହି ପାଣିପାଗ ସଂସ୍ଥା ଆକଳନ କରିଛି ଯେ, ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା । ଆନ୍ଧ୍ର ପ୍ରଦେଶର ଚିରାଲା ଅଞ୍ଚଳରେ ଏହା ସ୍ଥଳଭାଗକୁ ପ୍ରବେଶ କରିବ । ପରେ ବିଜୟୱାଡ଼ା, ଏଲୁରୁ ଦେଇ କାକିନାଡ଼ାରୁ ପୁଣି ସମୁଦ୍ର ମଧ୍ୟକୁ ପ୍ରବେଶ କରିବ । ଜେଟିଡବ୍ଲୁସି ଏକ ମାନଚିତ୍ର ଜରିଆରେ ବାତ୍ୟାର ଗତିପଥ ମଧ୍ୟ ଦର୍ଶାଇଛି । ଯାହା ଆଇଏମଡିର ମାନଚିତ୍ରଠାରୁ ଭିନ୍ନ ରହିଛି । କାରଣ ଭାରତୀୟ ପାଣିପାଗ ବିଭାଗର ମାନଚିତ୍ରରେ ବାତ୍ୟାର ଆଂଶିକ ଭାଗ ଆନ୍ଧ୍ରପ୍ରଦେଶର କାକିନାଡାକୁ ଛୁଉଁଥିବା ଜଣାପଡୁଛି ।

Leave A Reply

Your email address will not be published.