ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ରଞ୍ଜଣା ଗ୍ରାମ ନିକଟରେ ଆଜି ସକାଳେ ଏକ ହାଇୱା ଧକ୍କାରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହାସହିତ ୨ଟି ବଳଦର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରଞ୍ଜଣା ଗ୍ରାମର ନାରାୟଣ ଦେହୁରୀ, କୁଦାନୀ ଦେହୁରୀ , ବିଜୁ ପ୍ରଧାନ ଏବଂ ତାଙ୍କର ତ୍ସୀ ଏକ ବଳଦଗାଡ଼ିରେ ନିକଟସ୍ଥ ଜଙ୍ଗଲକୁ ଯାଉଥିଲେ। ତେବେ ରାଞ୍ଚି-ବିଜୟୱାଡ଼ା ରାସ୍ତାର ରଞ୍ଜଣା ଗ୍ରାମ ନିକଟରେ ଏକ ହାଇୱା ସେମାନଙ୍କୁ ଧକ୍କା ଦେବା ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ନାରାୟଣ ଦେହୁରୀ ଓ କୁଦାନୀ ଦେହୁରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ବିଜୁ ପ୍ରଧାନ ଓ ତାଙ୍କର ସ୍ତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରିବା ସହ ରାସ୍ତାରୋକ କରିଛନ୍ତି।