ସ୍କୁଲରେ ଖୋଲିବ ଯୁବ ଟୁରିଜିମ୍‌ କ୍ଲବ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସହବନ୍ଧିତ ସ୍କୁଲରେ ଯୁବ ଟୁରିଜିମ୍ କ୍ଲବ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅଂଶସ୍ୱରୂପ ଦେଶରେ ଯୁବ ଟୁରିଜିମ(ପର୍ଯ୍ୟଟନ) କ୍ଲବ୍‌ ଖୋଲିବା ପାଇଁ ପର୍ଯ୍ୟଟନ ମନ୍ତ୍ରାଳୟ ପ୍ରୟାସ ଆରମ୍ଭ କରିଛି। ଯୁବବର୍ଗଙ୍କୁ ଦେଶର ଯଥାର୍ଥ ସଦିଚ୍ଛା ଦୂତ ଭାବେ ତିଆରି କରି ସମୃଦ୍ଧ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଐତିହ୍ୟର ପ୍ରଚାର ଓ ପ୍ରସାର ସମଗ୍ର ବିଶ୍ୱରେ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଯୁବବର୍ଗ ଅଧିକରୁ ଅଧିକ ଦେଶର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହେଲେ, ସେମାନଙ୍କର ସ୍ୱଦେଶପ୍ରୀତି ଓ ଭାବନା ବଢ଼ିବ। ଦେଶର ପର୍ଯ୍ୟଟନ ବିକାଶରେ ସେମାନେ ଯଥାର୍ଥ ଯୋଗଦାନ କରିପାରିବେ। ଟୁରିଜିମ୍ କ୍ଲବରେ ଅଂଶଗ୍ରହଣ ଦ୍ୱାରା ସେମାନଙ୍କର ଦଳଗତ କାର୍ଯ୍ୟ, ପରିଚାଳନା, ନେତୃତ୍ୱ ଭଳି କୋମଳ ଦକ୍ଷତା(ସଫ୍ଟ ସ୍କିଲ) ବଢ଼ିବ। ଯୁବବର୍ଗ ପର୍ଯ୍ୟଟନ ବିକାଶରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସୁଯୋଗ ପାଇବେ। ବିଭିନ୍ନ ସ୍କୁଲରେ ଯୁବ ଟୁରିଜିମ କ୍ଲବ୍‌ ଗଠିତ ହେବା ଦ୍ବାରା ଜାତୀୟ ସଂହତିକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପୂରଣ ସହାୟକ ହେବ।

Leave A Reply

Your email address will not be published.